ନୂଆଦିଲ୍ଲୀ: ବୁଧବାର ରାତିରେ ତାମିଲନାଡୁର ତେନି ଜିଲ୍ଲାରେ ଟିଟିଭି ଦିନକରଣଙ୍କ ଏଏମ୍‌ଏମ୍‌କେ ପାର୍ଟିର ଜରେ କର୍ମୀଙ୍କ ଠାରୁ ଆୟକର ବିଭାଗ ୧. ୪୮ କୋଟି ଟଙ୍କାର ହିସାବ ବହିର୍ଭୂତ ଟଙ୍କା ଜବତ କରିଛି।

Advertisment

ଆସନ୍ତାକାଲି ବିଧାନସଭା ଉପନିର୍ବାଚନ ହେବାକୁ ଥିବା ତେନିରେ ଉକ୍ତ ଏଏମ୍‌ଏମ୍‌କେ ନେତାଙ୍କ ଘରେ ଚଢ଼ାଉ କରାଯାଇଥିଲା। ଆସନ୍ତାକାଲି ତାମିଲନାଡୁର ସମସ୍ତ ୩୯ଟି ଲୋକସଭା ଆସନ ଲାଗି ଭୋଟ୍‌ ଗ୍ରହଣ କରାଯିବ।

ଆୟକର ବିଭାଗର ଡିଜି (ତଦନ୍ତ) ବି ମୁରଲୀ କୁମାର କହିଛନ୍ତି ଯେ ରାତି ଅଧିଆ ଚଢ଼ାଉ ସମୟରେ ତେନି ଜିଲ୍ଲାର ଗୋଟିଏ ଦୋକାନରୁ ସେ ଟଙ୍କା ମିଳିଥିଲା। ଭୋର୍‌ ୫: ୩୦ରେ ଚଢ଼ାଉ ଶେଷ ହୋଇଥିଲା। ୯୪ଟି ପ୍ୟାକେଟ୍‌ରେ ଟଙ୍କାଗୁଡ଼ିକୁ ଅତି ଯତ୍ନରେ ରଖାଯାଇଥିଲା। ଲଫାପା ଉପରେ ଲେଖାଯାଇଥିଲା ଓ୍ଵାର୍ଡ ନମ୍ବର, ଭୋଟର୍‌ ନମ୍ବର ଏବଂ ପ୍ରତି ଭୋଟରଙ୍କ ପାଇଁ ଟ. ୩୦୦/-।

ଲିଖିତ ଓ୍ଵାର୍ଡଗୁଡ଼ିକ ଆଣ୍ଡିପଟ୍ଟି ବିଧାନସଭା ଅଞ୍ଚଳର ବୋଲି ଜଣାପଡ଼ିଛି।

ଦୋକାନ ପରିସରରେ ଥିବା ଜଣେ ବ୍ୟକ୍ତିଙ୍କ ବୟାନ ଅନୁସାରେ ଆଣ୍ଡିପଟ୍ଟି ପଞ୍ଚାୟତ ସଂଘ ଅଞ୍ଚଳକୁ ଏପ୍ରିଲ୍‌ ୧୬ ତାରିଖ ଦିନ ବଣ୍ଟନ ନିମନ୍ତେ ୨ କୋଟି ଟଙ୍କା ଆସିଥିଲା।